ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲା ପାକିସ୍ତାନ । ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା । ଇଶାକ ଡାର୍ ‘ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା, କିନ୍ତୁ ଭାରତ ମାନି ନଥିଲା ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ଭାରତ କୌଣସି ବି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ସହମତ ନଥିଲା । ମେ ୧୦ରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ମୁଁ କଥା ହୋଇଥିଲି । ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ରୁବିଓ କହିଥିଲେ । କିନ୍ତୁ ଭାରତ ମନା କରିଦେଇଥିବା ପରେ କୁହାଗଲା ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ।

ସେ ଆହୁରି କହିଁଛନ୍ତି, ମଧ୍ୟସ୍ଥତା ନେଇ ପାକିସ୍ତାନର କୌଣସି ସମସ୍ୟା ନାହିଁ । କିନ୍ତୁ ଏହା ଦ୍ବିପାକ୍ଷିକ ମାମଲା ବୋଲି ଭାରତ ସବୁବେଳେ କହିଆସୁଛି । ତେଣୁ ଆମେରିକାର ଯୁଦ୍ଧବିରତି ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା । ତେବେ ଇଶାକଙ୍କ ବୟାନ ପରେ ମଧ୍ୟସ୍ଥତା କରିଥିବା କହୁଥିବା ଟ୍ରମ୍ପଙ୍କ ମୁଖା ଏବେ ଖୋଲିଯାଇଛି । ଗତ ମେ’ ମାସରେ ଭାରତ ପକ୍ଷରୁ ଅପରେସନ୍ ସିନ୍ଦୂର ଆରମ୍ଭ ହେବାପରେ ୨ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯେଉଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ଘୋଷଣା କରିଥିଲେ ।