ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, ସିଡିଏର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ଵର: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ । କଟକ ସିଡିଏର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି । ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ନେଇ ହସ୍ପିଟାଲ୍‌ରେ ଭର୍ତ୍ତି । ଏବେ ବୁଦ୍ଧାଦିତ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ।

ସୂଚନା ଅନୁସାରେ, ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟାରେ ପୀଡିତ ଅଛନ୍ତୁ ବୁଦ୍ଧାଦିତ୍ୟ ମହାନ୍ତି । ଦୀର୍ଘ ଦିନ ହେବ ସେ ଥଣ୍ଡା ଏବଂ ଜ୍ବରରେ ପୀଡିତ ଅଛନ୍ତି । ଆଜି ଅଧିକ ଅସୁସ୍ଥ ହେବାରୁ ତାଙ୍କୁ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ୍ ବୁଦ୍ଧଦିତ୍ୟଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ବୁଦ୍ଧାଦିତ୍ୟଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବୁଦ୍ଧାଦିତ୍ୟ ମହାନ୍ତି କେବଳ ଓଲିଉଡ୍‌ ନୁହେଁ‌ ବଲିଉଡ୍‌ରେ ମଧ୍ୟ ଏକ ପରିଚିତ ନାମ । ପ୍ରଥମେ ହିନ୍ଦୀ ଧାରାବାହିକରୁ ନିଜର କ୍ୟାରିୟର ଆସିରମ୍ଭ କରି ପରେ ଓଲିଉଡ୍‌କୁ ଆସିଥିଲେ । ଓଡ଼ିଆ ରିୟାଲିଟି ସୋ’ ‘ସାଧବ ବୋହୂ’ ଜରିଆରେ ଘରେ ଘରେ ପ୍ରିୟ ପାଲଟି ଥିଲେ ବୁଦ୍ଧାଦିତ୍ୟ । ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‌‘ପ୍ରେମ ରୋଗୀ’, ‘ପାଗଳ କରିଛି ପାଉଁଜି ତୋର’ ଆଦି ମନଛୁଆଁ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଛନ୍ତି ।