ଓ ରୋମିଓ ଫିଲ୍ମର ପ୍ରଥମ ଲୁକ୍ ଉନ୍ମୋଚିତ

ସାଜିଦ ନାଡିଆଡୱାଲାଙ୍କ ଆଗାମୀ ଫିଲ୍ମ “ଓ ରୋମିଓ”ର ରିଲିଜ୍ ଡେଟ୍ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇଛି । ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏହି ଅକ୍ଟେନ୍ ଆକ୍ସନ୍ ଫିଲ୍ମରେ ଶାହିଦ୍ କାପୁର ଓ ତୃପ୍ତି ଦିମରି ଅଭିନୟ କରିଛନ୍ତି। ଏହା ଆସନ୍ତା ବର୍ଷ ଫେବୃଆରୀ 14 ତାରିଖରେ ସିନେମା ହଲରେ ଆସିବ। ହେଲେ ଏବେ ଓ’ ରୋମିଓ ଫିଲ୍ମର ପ୍ରଥମ ଲୁକ୍ ଉନ୍ମୋଚିତ ହୋଇଛି । ନାଡିଆଡୱାଲା ଗ୍ରାଣ୍ଡସନ୍ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫିଲ୍ମର ପ୍ରଥମ ଲୁକ୍ ପ୍ରକାଶ କରିଛି। ଏଥିରେ, ଶାହିଦ କପୁର ଏକ କାଉବଏ ଟୋପି ପିନ୍ଧିଛନ୍ତି, ଏବଂ ତାଙ୍କ ଟାଟୁ ହାତ ତାଙ୍କ ମୁହଁକୁ ଘୋଡାଇ ଦେଇଛି। ଲୁକ୍ ଫିଲ୍ମର ଟାଇଟଲ୍ ଟ୍ରାକର ଏକ ଛୋଟ ପ୍ରିଭ୍ୟୁ ମଧ୍ୟ ସେୟାର କରିଛି।