ମୁମ୍ବାଇ:- ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ସିବିଆଇ । ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ୧୭ ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ । ସକାଳ ୭ଟାରୁ ରେଡ୍ ଜାରି ରହିଛି । ଏହି ଅପରେସନରେ ସିବିଆଇର ୭ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି ।
ସୂଚନାନୁଯାୟୀ, ସକାଳ ୭ଟାରୁ ସିବିଆଇ ଅଧିକାରୀମାନେ ଚଢାଉ କରିଥିଲେ । ସିବିଆଇ ଚଢାଉ ସମୟରେ ଅନୀଲ ଅମ୍ବାନୀଙ୍କ ସମେତ ତାଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଇଡି ଅନୀଲ ଅମ୍ବାନୀଙ୍କୁ ପଚରାଉଚରା କରିଥିଲା । କିନ୍ତୁ ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ଅନୀଲଙ୍କ ଅଡୁଆ ବଢିବାରେ ଲାଗିଛି । ଏହା ବ୍ୟତୀତ ସିବିଆଇ ଅନୀଲ ଅମ୍ବାନୀଙ୍କ ଘର ଏବଂ ବ୍ୟାଙ୍କ ଋଣ ମାମଲାର କାଗଜପତ୍ର ଯାଞ୍ଚ କରାଯାଉଛି । ୟସ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ କମ୍ପାନି ମଧ୍ୟରେ ହୋଇଥିବା ନେଣଦେଣର ଦସ୍ତାବିଜ ମଧ୍ୟ ଖୋଜୁଛି ସିବିଆଇ ।