କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ୩ ଯୁବକ ମୃତ । ପୃଥକ ପୃଥକ ସ୍ଥାନରେ ବୁଡିଯାଇ ୩ ଜଣଙ୍କର ମୃତୁ୍ୟ ହୋଇଛି । ଇକୋ ରିଟ୍ରିଟ୍ ନିକଟରେ ବୁଡିଗଲେ ୨ ଜଣ । ଅନ୍ୟଜଣେ ଚନ୍ଦ୍ରଭାଗା ନିକଟରେ ବୁଡି ଯାଇଥିଲେ । ଗୋପ ମେଡିକାଲରେ ୨ ମୃତ ଘୋଷଣା କଲେ ଡାକ୍ତର । ସେମାନେ ଭୁବନେଶ୍ୱରର ହୋଇଥିବା ସୂଚନା । ଚନ୍ଦ୍ରଭାଗା ନିକଟରେ ବୁଡି ଯୁବକ ହେଲେ ଭୁବନେଶ୍ୱର ପାହାଳ ଅଞ୍ଚଳର ଆକାଶ ପଟ୍ଟନାୟକ । ତାଙ୍କୁ ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।