ବୌଦ୍ଧ: ଗିରଫ ବୌଦ୍ଧ MVI ଗୋଲାପ ହାଁସଦାଙ୍କର ଆୟଠୁ ୬୩୦% ଅଧିକ ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ପରେ ଏହି ତଥ୍ୟ ଦେଇଛି ଭିଜିଲାନ୍ସ । ରେଡ୍ ବେଳେ ଗୋଲାପଙ୍କର ୪୪ ପ୍ଲଟ୍, ୧ କିଲୋ ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା, ୧ କୋଟି ୩୪ ଲକ୍ଷର ଜମା, ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଯାନ, ୧୬ ଲକ୍ଷର ଘରକରଣା ସାମଗ୍ରୀ ଠାବ କରିଥିଲା ଭିଜିଲାନ୍ସ । ଏଥିସହ ଝିଅର ମେଡିକାଲ ପାଠପଢ଼ାରେ ଗୋଲାପ ଖର୍ଚ୍ଚ କରିଛନ୍ତି ୪୦ ଲକ୍ଷ ଟଙ୍କା ବୋଲି ସୂଚନା ପାଇଥିଲା ଭିଜିଲାନ୍ସ । ତେବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋଲାପ ହାଁସଦାଙ୍କର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଗୁଡ଼ିଡ଼ିହ ଗାଁରେ ଥିବା ହାଂସଦାଙ୍କ ପୈତୃକ ବାସଭବନ, ବୌଦ୍ଧସ୍ଥିତ ଭଡ଼ାଘର, ଆର୍ଟିଓ କାର୍ଯ୍ୟାଳୟ, ବାରିପଦା ଓ ଭୁବନେଶ୍ବର ପାଣ୍ଡରା ଅଞ୍ଚଳରେ ଝିଅ ରହୁଥିବା ଫ୍ଲାଟ୍ ସହ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ତେବେ ୧୯୯୧ ମସିହାରେ ଡିଆଇସି ସମ୍ବଲପୁର କାର୍ଯ୍ୟାଳୟରେ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଅଫିସର) ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିବା ଶ୍ରୀ ହାଁସଦା ପରବର୍ତ୍ତୀ ସମୟରେ ୨୦୦୩ ମସିହାରେ କନିଷ୍ଠ ମୋଟରଯାନ ନିରୀକ୍ଷକ ଓ ୨୦୨୦ରେ ଏମ୍ଭିଆଇ ଭାବେ ପଦୋନ୍ନତି ପାଇଥିଲେ। ଏବେ ତାଙ୍କର ମାସିକ ଦରମା ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।