୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ ଗିରଫ

କଟକ କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା।କଟକ ମାଲଗୋଦାମ ଥାନା ପୋଲିସ ପଞ୍ଜାରେ  ୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ। ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଟି ପିସ୍ତଲ ୧୩ ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହି ଘଟଣାର ପୋଲିସ ଅଧିକ ଖୋଳତାଡ କରୁଛି। ଯେଉଁ ସ୍ଥାନରୁ ଏହି ବନ୍ଧୁକ ଆସିଛି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ସେମାନେ ମଧ୍ୟ ଧରା ପଡ଼ିବେ। ସେପଟେ ଅଭିଯୁକ୍ତ କାଦୁଆ ନାଁରେ ୫ ଟି ମାମଲା, ପୀୟୂଷ ନାଁରେ ୩ ଟି , ବିଜୟ ରାଉଳ ନାଁରେ ୧୪ ଟି ଏବଂ ବଦ୍ରିନାଥ ବେହେରା ନାଁରେ  ଏକାଧିକ ଅପରାଧିକ ମାମଲା  ବିଭିନ୍ନ ଥାନା ରେ ରହିଛି ବୋଲି କଟକ ଡିସିପି  ଅଫିସ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ।