ଛତ୍ରପୁର-: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ । ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ଅଫିସ ଯାଉଥିବା ସମୟରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ । ଆଉ ସେହି ସମୟରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଟଙ୍କା ସମ୍ପର୍କରେ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ନଦେଇପାରିବାରୁ ସନ୍ଦେହ ଘେରକୁ ଆସିଥିଲେ । ତେବେ ଗତ ୩ ଦିନ ଧରି ଭିଜିଲାନ୍ସ ଟିମ୍ ତାଙ୍କ ଗତିବିଧି ଉପରେ କଡା ନଜର ରଖିଥିବା ସୂଚନା ମିଳିଛି । ସେ କୁଆଡେ ଯାଉଛନ୍ତି କାହା ସାଙ୍ଗରେ କଥା ହେଉଛନ୍ତି । ଆଜି ତାଙ୍କ ପଛା କରି ସେ ଅଫିସ ଯାଉଥିବା ବେଳେ ତାଙ୍କ ଅଟକାଇ ଗାଡ଼ିରୁ ୫୦୦ ଟଙ୍କିଆ ୩ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ବର୍ତ୍ତମାନ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ଭଡା ଘରେ ପହଞ୍ଚି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।