ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକାମ, ସବୁଠୁ ଆଗରେ ରେଭେନ୍ସା

ଭୁବନେଶ୍ଵର: ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି।

ପୁଣି ୨୧ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବା ସହ ସ୍ପଟ୍ ଆଡମିଶନ ମଧ୍ୟ କରାଯିବ । କିନ୍ତୁ ୨୪ ତାରିଖରେ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରକାଶ ପାଇଛି ଯୁକ୍ତ ୨ର ପ୍ରଥମ ପର୍ଯ୍ୟାୟ ପ୍ରଥମ ମେରିଟ୍ ତାଲିକା । ୯୨ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ତାଲିକାରେ ଚୟନ ହୋଇଛନ୍ତି ।

ତେବେ କଟ୍ ଅଫ୍ ତାଲିକାରେ କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ୮୧.୩୩%, ଦ୍ୱିତୀୟରେ ରାଉରକେଲା ସରକାରୀ କଲେଜ ୭୭.୩୩% ଏବଂ ତୃତୀୟରେ ବିଜେବି ୭୬.୮୬% ରହିଛି । ସେହିପରି ବିଜ୍ଞାନରେ କଟ୍‌ ଅଫ ରେଭେନ୍ସାରେ ୯୧.୮୩%, ବିଜେବିରେ ୮୯.୪୦% ଓ ବାଲେଶ୍ୱର ଏଫ ଏମ କଲେଜରେ ୮୭.୫୦% ରହିଛି । ସେହିପରି ବାଣିଜ୍ୟରେ ରେଭେନ୍ସା କଲେଜର କଟ ଅଫ ମାର୍କ ୮୦.୨୦% ରହିଥିବା ବେଳେ ରାଉରକେଲା ସରକାରୀ କଲେଜରେ ୭୮.୬୭% ଓ ବିଜେବି କଲେଜରେ ୭୩.୫୦% କଟ ଅଫ ମାର୍କ ରହିଛି ।