ଭୁବନେଶ୍ଵର-: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲେଚନା କରିବେ ମୁଖ୍ୟମନ୍ତ୍ରୀ । ରବିବାର ପୁରୀରେ ଘଟିଥିବା ଅଘଟଣ ପରେ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିଛନ୍ତି । ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ସହ ମହାପ୍ରଭୁଙ୍କ ଆଗାମୀ ନିତିକାନ୍ତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେଠି ସେବାୟତଙ୍କ ସହ ଆଲୋଚନା କରିବା ସହ କିପରି ମହାପ୍ରଭୁଙ୍କ ନିତିକାନ୍ତି ଚାଲିଛି ସେନେଇ ସମୀକ୍ଷା କରିପାରନ୍ତି । ଶରଧାବାଲିରେ ଘଟିଥିବା ଅଘଟଣ ପରେ ଆଗକୁ ବାହୁଡାଥିବାରୁ ଏବେ ଆହୁରି ସତର୍କ ହୋଇଛି ପ୍ରଶାସନ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିରର ପ୍ରଶାସକ ।
ସୂଚନାଯୋଗ୍ୟ, ଗତ ରବିବାର ବଡିଭୋର୍ ପ୍ରାୟ ରାତି ୪.୨୦ ବେଳକୁ ପୁରୀରେ ମହାପ୍ରଭୁଙ୍କ ଦେଖିବା ପାଇଁ ଭିଡ଼ ଅସମ୍ଭାଳ ହୋଇଥିବା ବେଳେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଯାହାକୁ ନେଇ ପ୍ରଶାସନର ଅବହେଳାକୁ ଦର୍ଶାଇ ଅସନ୍ତୋଷ ଝାଡିଥିଲେ ଭକ୍ତ ଏବଂ ମୃତକଙ୍କ ପରିବାର ଲୋକେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଭକ୍ତଙ୍କୁ କ୍ଷମା ମାଗିଥିଲେ । ଆଉ ପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ । ଦଳଚକଟାରେ ଅବହେଳା ପାଇଁ ତୁରନ୍ତ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପିଙ୍କୁ ବଦଳି କରିଥିଲେ । ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ନିଲମ୍ବିତ କରିଥିଲେ । ଘଟଣାକୁ ଅକ୍ଷମଣୀୟ ଅବହେଳା କହିବା ପରେ ସୁରକ୍ଷା ବ୍ୟବସ୍ଥାରେ ସିଧାସଳଖ ଜଡିତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପ୍ରତି କିଛି ଏପରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର । ଏନେଇ ଘଟଣାର ତଦନ୍ତ ପାଇଁ ଏକ ବୈଠକ ମଧ୍ୟ କରି ତଦନ୍ତର ନିର୍ଦ୍ଦେଶ ବି ଦେଇଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।