ପୁରୀ: ପୁରୀ ଶରଧାବାଲିରେ ଦଳାଚକଟା ଓ ୩ ଜଣ ଭକ୍ତଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସପି ଭିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଛି । ତାଙ୍କ ବଦଳରେ ଚଞ୍ଚଳ ରଣାଙ୍କୁ ନୂଆ ଜିଲ୍ଲାପାଳ ଓ ପିନାକ ମିଶ୍ରଙ୍କୁ ପୁରୀର ନୂଆ ଏସପି ଭାବରେ ମିଳିଛି ଦାୟିତ୍ୱ। ତେବେ ନୂଆ ଦାୟିତ୍ୱ ପାଇବା ପରେ ତୁରନ୍ତ ପୁରୀରେ ପହଞ୍ଚି ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରି କାର୍ୟ୍ୟଭାର ସମ୍ଭାଳିଛନ୍ତି ନୂଆ ଏସପି ଓ ଜିଲ୍ଲାପାଳ । ଅନ୍ୟପଟେ ଡିସିପି ଏବଂ ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି ।
ତୀର୍ଥ ଯାତ୍ରୀ ଓ ଭକ୍ତମାନଙ୍କ ପାଇଁ ଜରୁରୀ ସୂଚନା:
ଆଜି (୨୯.୦୬.୨୦୨୫) ସକାଳ ସମୟରୁ ପୁରୀ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଆସୁଥିବାର ଦେଖିବାକୁ ମିଳୁଛି। ଏହିଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ…
— Odisha Police (@odisha_police) June 29, 2025
ସେପଟେ କିନ୍ତୁ ବିରି ମାଡ ଦେଖି କୋଳଥ ଚୋପା ପରି ଟ୍ରାଫିକ ପୋଲିସ ଲୋକଙ୍କୁ ସତର୍କ କରିଛି । ପୁରୀ ଯିବା ପୂର୍ବରୁ ଓଡିଶା ପୋଲିସର ସତର୍କ ସୂଚନା ଉପରେ ନଜର ରଖିବାକୁ ନିବେଦନ କରିଛି ପୁରୀ ଟ୍ରାଫିକ ପୋଲିସ । ଏକ୍ସରେ ଏକ ପୋଷ୍ଟ ସେୟାର କରି କୁହାଯାଇଛି ଯେ, ଆଜି (୨୯.୦୬.୨୦୨୫) ସକାଳ ସମୟରୁ ପୁରୀ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଆସୁଥିବାର ଦେଖିବାକୁ ମିଳୁଛି। ଏହିଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ।