ନୂଆଦିଲ୍ଲୀ: ପାକିସ୍ତାନରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ । ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ହୋଇଛି ଏହି ଆତ୍ମଘାତୀ ବିସ୍ଫୋରଣ । ସେନା ଗାଡ଼ିକୁ ଟାର୍ଗେଟ୍ କରି ଧକ୍କାଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି । ବିସ୍ଫୋରଣରେ ଉଡ଼ିଲା ଘରର ଛାତ । ବିସ୍ଫୋରଣରେ ୧୬ ପାକ୍ ଯବାନ ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ଜଣ ଯବାନ ଗୁରୁତର ହୋଇଛନ୍ତି । ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଅନେକ ଶିଶୁ ଥିବା ନେଇ ସୂଚନା ମିଳିଛି ।
ୱାଜିରିସ୍ତାନ ଜିଲ୍ଲାରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏହି ଆତ୍ମଘାତୀ ଆକ୍ରମଣରେ ଆକ୍ରମଣକାରୀ ବିସ୍ଫୋରକ ବୋଝେଇ ଗାଡ଼ିକୁ ସୈନିକମାନେ ରହୁଥିବା ସ୍ଥାନକୁ ପଠାଇଥିଲା। ଗାଡିଟି ସିଧାସଳଖ ଆସି ଯବାନ ଯାଉଥିବା ଗାଡିରେ ମାଡ ହୋଇଥିଲା । ଏହାପରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଆଖ-ପାଖରେ ଥିବା ଅନେକ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏପର୍ୟ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଏହି ଅଞ୍ଚଳରେ ବାରମ୍ବାର ଅଶାନ୍ତି ଏବଂ ତେହେରିକ-ଏ-ତାଲିବାନ ପାକିସ୍ତାନ (ଞଞଚ) ଦ୍ୱାରା ଆକ୍ରମଣ ଦେଖିବାକୁ ମିଳିଛି।