ଭୁବନେଶ୍ୱର-: ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନାରେ କେବଳ ୨୦୨୫ ମସିହାରେ ୫,୦୦୦ରୁ ଅଧିକ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ମଙ୍ଗଳବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ CII-ଓଡ଼ିଶା ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଯୁକ୍ତି ଯୋଜନାକୁ ନିଶ୍ଚିତ କରିଛନ୍ତି । ସରକାରୀ ଡାକ୍ତରଖାନା ଗୁଡ଼ିକରେ କର୍ମଚାରୀ ଅଭାବକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ଘୋଷଣା କରାଯାଇଛି, ଯେଉଁଠାରେ ୫,୮୦୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି ।
ମୁକେଶ ମହାଲିଙ୍ଗ ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଆମେ ୪,୦୦୦ ରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ନିଯୁକ୍ତି ଦେଇସାରିଛୁ । ଏହି ନିଯୁକ୍ତି ଯୋଜନା ରାଜ୍ୟର ଚିକିତ୍ସା ଭିତ୍ତିଭୂମିକୁ ଆହୁରି ସମର୍ଥନ କରିବ । ଏପରିକି ଡାକ୍ତର ଏବଂ ଡାକ୍ତରୀ ଶିକ୍ଷାର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ, ରାଜ୍ୟ ୨୦୨୫-୨୬ ଶିକ୍ଷାବର୍ଷରେ ନଅଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠାକୁ ଅନୁମୋଦନ କରାଯାଇଛି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।