ପୂର୍ବତନ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର-: ପୂର୍ବତନ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଲାଞ୍ଚ ନେବା ମାମଲାରେ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଧୀମାନ । ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଧୀମାନ ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଗିରଫ ହୋଇ ଜେଲ୍‌ ଯିବା ପରେ ଧୀମାନ ଚାକିରିରୁ  ନିଲମ୍ୱିତ ହୋଇଥିଲେ ।

ସୂଚନାଯୋଗ୍ୟ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଧୀମାନ ଚକମା । ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଚେତାବନୀ ଦେଇ ସେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଇନ୍‌ଷ୍ଟାଲମେଣ୍ଟରେ ୧୦ ଲକ୍ଷ ଟଙ୍କା ନେବା ସମୟରେ ଧରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିଥିଲା ।  ତାରିଖ ଦିନ ଶ୍ରୀ ଚକମାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିବା ପରେ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ।

ତେବେ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶ୍ରୀ ଚକମାଙ୍କ ଜାମିନ ଆବେଦନ କରାଯିବା ପରେ କୋର୍ଟ ତାହାକୁ ଖାରଜ କରିଛନ୍ତି । ଏବେ ହାଇକୋର୍ଟରେ ଶ୍ରୀ ଚକମାଙ୍କ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ ଦିଲ୍ଲୀପ କୁମାର କହିଛନ୍ତି । ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ରାଜ୍ୟ ସରକାର ଶ୍ରୀ ଚକମାଙ୍କୁ ନିଲମ୍ବିତ କରିଥିବା ବେଳେ ଏବେ ସ୍ଥାନୀୟ ଜିଲ୍ଲା କାରାଗାରରେ ଅଛନ୍ତି ।