ଗାଧୋଉଥିବାବେଳେ ଝିଅ ଆଗରେ ମାଆକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା-: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଓଁଲାଡିହ ଗାଁରେ ଘଟିଛି  ଅଘଟଣ । ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । ମହିଳା ଜଣକ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି । ଘରେ ପହଞ୍ଚି ଝିଅଟି ଘଟଣା ବିଷୟରେ ଜଣାଇବା ପରେ ଗାଁ ଲୋକେ ଏକାଠି ହୋଇ ପାନିଆଯୋର ଭିତରେ ଖୋଜାଖୋଜି ଆରମ୍ଭ କରିଛନ୍ତି । ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ନଦୀ କୂଳରେ ଯିବାକୁ ଭୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ସନ୍ଧାନ ମିଳିନଥିବା ବେଳେ ଖୋଜାଖୋଜି ଜାରି ରହିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।