ପୁରୀ-: ଆଉ କିଛି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ପୁରୀରେ ଚାଲିଛି ଜୋରସୋରରେ ପ୍ରସ୍ତୁତି ଆଉ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କରାଯାଉଛି । ତେବେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ । ମନ୍ଦିରର ପଶ୍ଚିମ ପଟ ମେଘନାଦ ପାଚେରୀକୁ ସ୍ୱତନ୍ତ୍ର ଖଣ୍ଡେଲାଇଟ ପଥର ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଉଛି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ମେଘନାଦ ପାଚେରୀ ଇଟାରେ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ଖଣ୍ଡେଲାଇଟ ପଥର ଦ୍ଵାରା ଓଡିଶାର ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଉଛି । ସେହିପରି, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଗୋଟିଏ ସୂଚନା କେନ୍ଦ୍ର ଥିବାବେଳେ ବର୍ତ୍ତମାନ ଆଉ ଏକ ସୂଚନା କେନ୍ଦ୍ର ନିର୍ମାଣ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରର ପାରିପାର୍ଶ୍ଵିକ ଉନ୍ନତିକରଣକାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହ ଦ୍ଵାର ନିକଟରେ ସ୍ୱତନ୍ତ୍ର ଏଲଇଡିର ବ୍ୟବସ୍ଥା କରାଯାଉଛି । ଯେଉଁଥିରେ ଶ୍ରୀମନ୍ଦିରର ନୀତିକାନ୍ତି ସମ୍ପର୍କିତ ବିଭିନ୍ନ ସୂଚନା ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।