ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ ପ୍ରାନ୍ତରେ ପ୍ରଚଣ୍ଡ ଗୁଳିଗୋଳା ବର୍ଷା କରିଛନ୍ତି

ୟୁକ୍ରେନ୍-: ୟୁକ୍ରେନ୍ ଆକ୍ରମଣକୁ ନେଇ ପ୍ରତିଶୋଧପରାୟଣ ହୋଇପଡ଼ିଥିବା ରୁଷ୍ ଏବେ ୟୁକ୍ରେନ୍‌ରେ ଧ୍ୱଂସର ଖେଳ ଆରମ୍ଭ କରିଦେଇଛି କାରଣ ରୁଷ୍ ଉପରେ ୨ଥର ପୃଥକ୍ ଆକ୍ରମଣ କରି ୟୁକ୍ରେନ୍ ନିଜ ପାଇଁ ବଡ଼ ସମସ୍ୟାକୁ ଆହ୍ୱାନ କରିଥିଲା । ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ ପ୍ରାନ୍ତରେ ପ୍ରଚଣ୍ଡ ଗୁଳିଗୋଳା ବର୍ଷା ସହିତ ଆକାଶ ମାର୍ଗରୁ ଡ୍ରୋନ୍ ଆକ୍ରମଣ ଏବଂ ଭିନ୍ନଭିନ୍ନ ବର୍ଗର ଘାତକ ମିସାଇଲମାଡ଼ କରିଛି । କେବଳ ସେତିକି ନୁହେଁ ୟୁକ୍ରେନ୍ ସୀମାରେ ଠୁଳ ହୋଇଥିବା ରୁଷ୍‌ର ପଦାତିକ ସେନା ମଧ୍ୟ ୟୁକ୍ରେନ୍ ସେନା ବିରୋଧରେ ଟ୍ୟାଙ୍କ୍ ଏବଂ ବୋମାମାଡ଼ କରିଥିବା ସୂଚନା ମିଳିଛି । ରୁଷ୍‌ର ଏପ୍ରକାର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ୍ ସମ୍ପୂର୍ଣ୍ଣ ରୂପେ ଦୋହଲିଯାଇଛି ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜେ ରୁଷ୍ ପକ୍ଷରୁ ହୋଇଥିବା ଏପ୍ରକାର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଜେଲେନ୍‌ସ୍କି କହିଛନ୍ତି ରୁଷ୍ ସେନା କିଭ୍ ଏବଂ ଅନ୍ୟ କେତେକ ପ୍ରାନ୍ତରେ ପ୍ରାୟ ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୧୦୦ରୁ ଅଧିକ ମିସାଇଲ୍ ଆକ୍ରମଣ କରିଛି। ଏଥିରେ ଅନେକ ସାଧାରଣ ନାଗରିକମାନେ ମୃତାହତ ହୋଇଛନ୍ତି। ରୁଷ୍‌ର ଆକ୍ରମଣକୁ ଜେନେଲନ୍‌ସ୍କି ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି।