ସୁନ୍ଦରଗଡ଼ ଜିଲ୍ଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି
ରାଉରକେଲା-: ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ ଜବତ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ ବେଳେ ୨ଟି ଟ୍ରକ୍ରେ ବିପୁଳ ପରିମାଣର ବିସ୍ଫୋରକ ରହିଥିବା ସୂଚନା ମିଳିଛି। ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସି କୁଆଡ଼େ ଯାଉଥିଲା ତାକୁ ପୋଲିସ ଛାନଭିନ ଆରମ୍ଭ କରିଛି। ଅନ୍ୟପକ୍ଷେ ବିସ୍ଫୋରକ ଲୁଟ ଘଟଣା ଭିତରେ ଏହି ଦୁଇ ଟ୍ରକ୍ ଠାବ ହେବା ଘଟଣା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।