ସଫଳ ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ

ଶ୍ରୀହାରିକୋଟା-: ସଫଳ ହେଲାନି ଇସ୍ରୋ ମିଶନ । ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ । ଉତକ୍ଷେପଣ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଛି । ୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସୟାୟତାରେ ଉତକ୍ଷେପଣ ହୋଇଥିଲା । ସକାଳ ୫ଟା ୫୯ ମିନିଟ ବେଳେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହୋଇଥିଲା । ତେବେ ଥାର୍ଡ ଷ୍ଟେଜରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଲଞ୍ଚ ସଫଳ ହୋଇନଥିବା ଇସ୍ରୋ ମୁଖ୍ୟ ଭି. ନାରାୟଣନ ସୂଚନା ଦେଇଛନ୍ତି ।

ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି ଯେ, ଆଜି ୧୦୧ତମ ଉତ୍‌କ୍ଷେପଣ ପ୍ରୟାସ ଥିଲା, ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ପିଏସଏଲଭି-ସି ୬୧ର କାର୍ଯ୍ୟଦକ୍ଷତା ସ୍ୱାଭାବିକ ଥିଲା । ତୃତୀୟ ପର୍ଯ୍ୟାୟରେ ପର୍ଯ୍ୟବେକ୍ଷଣ ଯୋଗୁ ମିସନ ସମାପ୍ତ ହୋଇପାରିଲା ନାହିଁ । ପିଏସଏଲଭି-ସି ୬୧ ର ଉଡ଼ାଣ କ୍ରମରେ ବିଭିନ୍ନ ପର୍ଯ୍ୟାୟ ରହିଛି। ଯାହା ଭୂମିରେ ପିଏସ-୧ ଏବଂ ପିଏସଏମଓର ପ୍ରଜ୍ୱଳନ ଠାରୁ ଆରମ୍ଭ କରି ବିଭିନ୍ନ ଅଂଶକୁ ପୃଥକ କରିବା ଏବଂ ଶେଷରେ ରକେଟ୍‌ରୁ ଉପଗ୍ରହକୁ ପୃଥକ କରିବା ପର୍ଯ୍ୟନ୍ତ ପର୍ଯ୍ୟାୟ ରହିଥାଏ ।

ରବିବାର ଦିନ ଉତ୍‌କ୍ଷେପଣ ପରେ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ଇସ୍ରୋ ମୁଖ୍ୟ ଭି. ନାରାୟଣନ କହିଛନ୍ତି ଯେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଇଓଏସ-୦୯ ଉପଗ୍ରହର ଉତ୍‌କ୍ଷେପଣର ତୃତୀୟ ପର୍ଯ୍ୟାୟରେ ଯାନ୍ତ୍ରିକ ସମସ୍ୟା ଚିହ୍ନଟ କରିଥିଲା ​​ଯାହା ଯୋଗୁ  ମିସନ ସମାପ୍ତ ହୋଇପାରି ନଥିଲା । ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, କାର୍ଯ୍ୟର ତୃତୀୟ ପର୍ଯ୍ୟାୟ ସମୟରେ, ଆମେ ଏକ ପର୍ଯ୍ୟବେକ୍ଷଣର ସମ୍ମୁଖୀନ ହେଲୁ ଏବଂ ମିସନ ସଫଳ ହୋଇପାରିଲା ନାହିଁ । ବିଶ୍ଳେଷଣ ପରେ, ଆମେ ପୁଣି ଧାରାକୁ ଫେରି ଆସିବୁ ।