ପାକିସ୍ତାନ ଗୁଳିରେ ଜମ୍ମୁରେ ଜଣେ ପ୍ରଶାସିନକ ଅଧିକାରୀଙ୍କ ମୃତ୍ୟ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ-: ଅପରେସନ ସିନ୍ଦୂର ପରେ ରକ୍ତ ମୁଖା ହୋଇପଡ଼ିଛି ପାକିସ୍ତାନ । ବାରମ୍ବାର ଭାରତୀୟ ବାୟୁସେନା ଠିକଣା, ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ଯାହାର କଡ଼ା ଜବାବ ଦେଇ ଭଣ୍ଡୁର କରୁଛି ଭାରତ ବାୟୁ ପ୍ରତିରକ୍ଷା ସିଷ୍ଟମ୍ । ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଂଘନ କରି ଧାର୍ମିକ ସ୍ଥଳ ଓ ଶିକ୍ଷାନୁଷ୍ଠାନକୁ ନିଶାନା ବନଉଛି ପାକ୍ ସେନା । ଏଥିରେ ଜମ୍ମୁ କାଶ୍ମୀରର ଜଣେ ସରକାରୀ ଅଧିକାରୀଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି । ମୃତ ସରକାରୀ ଅଧିକାରୀ ଜଣକ ହେଲେ ରାଜୌରୀ ଅତିରିକ୍ତ ଜିଲ୍ଲା ବିକାଶ କମିଶନର ରାଜ କୁମାର ଥାପା ।

ସେନା ଅଧିକାରୀଙ୍କ ସୂଚନା ମୁତାବକ ଆଜି ସକାଳେ ରାଜୌରୀ, ପୁଞ୍ଚ ଏବଂ ଜମ୍ମୁ ଜିଲ୍ଲା ପାକ୍ ସେନା ପ୍ରବଳ ଗୁଳି ମାଡ଼ କରିଛି । ରାଜୌରୀ ଅତିରିକ୍ତ ଜିଲ୍ଲା ବିକାଶ କମିଶନର ରାଜ କୁମାର ଥାପା ଏବଂ ତାଙ୍କର ଦୁଇ ଜଣ କର୍ମଚାରୀ ତାଙ୍କ ସରକାରୀ ବାସଭବନରେ ଥିବାବେଳେ ଏକ ସେଲ୍ ବାଜିଥିଲା । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଦୁଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସେହିପରି ରଜୌରୀର ଅନ୍ୟ ଏକ ସ୍ଥାନରେ ପାକ୍ ଗୁଳିରେ ଏକ ଦୁଇ ବର୍ଷର ଶିଶୁ କନ୍ୟା ସହିତ ୩୫ ବର୍ଷିୟ ମହମ୍ମଦ ଶୋହିବ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏବଂ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି । ସେହିପରି ପୁଞ୍ଚ ଜିଲ୍ଲାରେ ମେଣ୍ଢର୍ ସେକ୍ଟରର କଂଘରା-ଗଲହୁଟ୍ଟା ଗାଁରେ ପାକ ମୋର୍ଟାର୍ ମାଡରେ ରଶୀଦା ବୀ ନାମକ ଜଣେ ୫୫ ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜମ୍ମୁରେ ଏଲଓସି ନିକଟସ୍ତ ବିଦୀପୁରରେ ଜଟ୍ଟା ଗାଁରେ ଅଶୋକ କୁମାର ଓରଫ୍ ଶୌକୀ ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କମିଶନର ରାଜ କୁମାର ଥାପାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଆମେ ଜମ୍ମୁ କଶ୍ମୀର ପ୍ରଶାସନିକ ସେବାର ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କୁ ହରାଇଲୁ । ଗତକାଲି ସେ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ଗସ୍ତ କରୁଥିଲେ ଏବଂ ମୋ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନଲାଇନ୍ ବୈଠକରେ ଯୋଗ ଦେଇଥିଲେ । ଆଜି ଅଧିକାରୀଙ୍କ ବାସଭବନ ଉପରେ ପାକିସ୍ତାନ ଗୁଳିବର୍ଷା ହୋଇଥିଲା, ଯେଉଁଥିରେ ଆମର ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ଶ୍ରୀ ରାଜ କୁମାର ଥାପ୍ପାଙ୍କ ମୃତ୍ୟୁ ହୋଇଛି । ଘଟଣା ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ପାଖରେ କୌଣସି ଶବ୍ଦ ନାହିଁ ବୋଲି କହିଛନ୍ତି ।