ବ୍ୟୁରୋ-: କାଲି ଧମକ ଦେଉଥିଲେ, ଆଜି ଦେଶ ଛାଡ଼ିଲେ । ଭାରତର ଯୁଦ୍ଧାଭ୍ୟାସ ଦେଖି ଛାନିଆ ହୋଇପଡ଼ିଥିବା ପାକ୍ ନେତାମାନେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି । ପାକ୍ ସେନାଧ୍ୟକ୍ଷ ଆସିଫ ମୁନିର ସପରିବାର ଦେଶ ଛାଡ଼ି ପଳାଇଥିବାବେଳେ ଏବେ ଭାରତକୁ ଧମକ ଦେଇଥିବା ବିଲାଓ୍ବଲ ଭୁଟ୍ଟୋଙ୍କ ପରିବାର ଦେଶ ଛାଡ଼ି କାନାଡ଼ା ପଳାଇଛି ।
ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହିତ ପାଣି ବନ୍ଦ କରିବାକୁ ଘୋଷଣା କରିଥିଲା । ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋ ଭାରତକୁ ଧମକ ଦେଇଥିଲେ । ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ । କିନ୍ତୁ ଏହାର ଦିନକ ପରେ ତାଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି । ଭାରତର ଯୁଦ୍ଧାଭ୍ୟାସ ଦେଖି ଜଣେ ପାକିସ୍ତାନୀ ନେତା ଓ ସେନାଧ୍ୟକ୍ଷ ଦେଶ ଛାଡ଼ିବା ଘଟଣା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।