ଶ୍ରୀନଗର-: ଜମ୍ମୁ-କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି । କୁପୱାଡାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଚିକିତ୍ସା ଧୀନଅବସ୍ତରେ ତାଙ୍କର ମୃତ୍ୟୁ ଘଟଛି । ମୃତ ବ୍ୟକ୍ତି ଜଣକ ହେଲେ ୪୫ ବର୍ଷୀୟ ଗୁଲାମ ରସୁଲ ମାଗ୍ରେ । ସେ କଣ୍ଡିଖାସର କୁପଓ୍ବାଡାରେ ରହୁଥିଲେ ।
ସେ ଘରେ ଥିବାବେଳେ କିଛି ଆତଙ୍କବାଦୀ ଘରେ ପଶି ତାଙ୍କୁ ଗୁଳି କରିଥିଲେ। ତାଙ୍କ ପେଟ ଏବଂ ବାମ ହାତରେ ଗୁଳି ବାଜିଥିଲା । ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ପହଲଗାଓଁରେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗଣହତ୍ୟା କରିବା ପରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯବାନମାନେ ଘର ଘର ବୁଲି ଆତଙ୍କୀଙ୍କୁ ଖୋଜୁଛନ୍ତି । ଯାହାଫଳରେ ଆତଙ୍କୀମାନେ ବିଚଳିତ ହୋଇ ହିଂସା ଘଟାଉଥିବା କୁହାଯାଉଛି ।