ଭୁବନେଶ୍ୱର-: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା । ୨୦ଟି ନୂଆ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହେବ ଏନଏସି । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ତ୍ତମାନ ୧ ପ୍ରତିଶତ ସହରାଞ୍ଚଳ ରହିଛି ଯାହାକୁ ୩୦ ପ୍ରତିଶତ ବୃଦ୍ଧି ପାଇଁ ଯୋଜନା ରଖାଯାଇଛି ।
ଏଥି ସହିତ ଲୋକସଭା ଭବନରେ ବୁଧବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା କ୍ୟାବିନେଟ୍ ୬ଟି ପ୍ରସ୍ତାବ ଉପରେ ମୋହର ମାରିଛି । କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟର ୧୭ତମ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟର ଦୀର୍ଘକାଳୀନ ରଣନୈତିକ ବିକାଶ ପାଇଁ ପଥ ପ୍ରଶସ୍ତ କରିବା ଲକ୍ଷ୍ୟରେ ଓଡ଼ିଶା କ୍ୟାବିନେଟ୍ ଛଅଟି ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ କରିଛି । କ୍ୟାବିନେଟ୍ ବୈଠକରେ “ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬” ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଯାହା ଆଗାମୀ ଦଶନ୍ଧି ପାଇଁ ଓଡ଼ିଶାର ବିକାଶ ପଥ ନିର୍ଣ୍ଣୟ କରିବା ପାଇଁ ଏକ ବ୍ୟାପକ ଯୋଜନା ।