ନମ୍ବର ବିହୀନ ଟ୍ରାକ୍ଟରରେ ଗଂଜେଇ ଚାଲାଣ। ପୋଲିସ ଚଢ଼ାଉରେ ଜବତ ହେଲା ୮୩ କେଜି ଗଂଜେଇ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ଜବତ କରିଛି ଗଂଜେଇ ସହ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ।
ସୂଚନା ଅନୁଯାୟୀ, ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ମୂଷାକାନି ଗ୍ରାମ ନିକଟସ୍ଥ ଶ୍ରୀଗୀଡ଼ି ନାଳ ଅଞ୍ଚଳରେ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଗଂଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଚଢ଼ାଉ କରି ଟ୍ରାକ୍ଟରରୁ ୮୩ କେଜି ଗଂଜେଇ ଜବତ କରିଥିଲା । ପ୍ରାଥମିକ ସୂଚନା ଅନୁସାରେ, ଏହି ଗଂଜେଇ ବୌଦ୍ଧ ଅଞ୍ଚଳରୁ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାକୁ ଚାଲାଣ ହେଉଥିଲା । ତେବେ ଏହି ଚୋରା ଚାଲାଣ ପଛରେ କିଏ ରହିଛି ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ନାକଟିଦେଉଳ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।