କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ପକ୍ଷରୁ ଜାତୀୟ କ୍ଷେତ ବଞ୍ଚାଅ ଅଭିଯାନ ଉପରେ ସଚେତନତା ଏବଂ ଆଲୋଚନା ଚକ୍ର

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ପକ୍ଷରୁ କଟକ ଜିଲ୍ଲାର ଅଇନପୁର ଓ ପରମାନନ୍ଦପୁର ଗ୍ରାମରେ ଜାତୀୟ କ୍ଷେତ ବଞ୍ଚାଅ ଅଭିଯାନ (ରବି-୨୦୨୬) ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା, ବରିଷ୍ଠ ବୈଜ୍ଞାନିକ, ଡକ୍ଟର ଲମ୍ବୋଦର ବେହେରା, ପ୍ରଧାନ ବୈଜ୍ଞାନିକ,  ଇଂଜିନିୟର. ଭୂପେନ୍ଦ୍ର, ବରିଷ୍ଠ ବୈଷୟିକ ଅଧିକାରୀ,ସରପଞ୍ଚ ରଞ୍ଜିତା ସେଠୀ,ଅକ୍ଷୟ କୁମାର ସେଠୀ  ଦେବେନ୍ଦ୍ରନାଥ ସେଠୀ ଯୋଗଦେଇ ଚାଷୀମାନଙ୍କୁ କ୍ଷେତ ବଞ୍ଚାଅ ଅଭିଯାନ- ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ଉପରେ ସଚେତନ କରିଥିଲେ।

ମାଟି, ଜଳ ଏବଂ ପରିବେଶର ସୁରକ୍ଷା ସହିତ ଫସଲ ଉତ୍ପାଦନ ବୃଦ୍ଧି ଏବଂ ଧାନ କ୍ଷେତରେ ବହୁଳ ମାତ୍ରାରେ ସାର ପ୍ରୟୋଗ ଓ ଜୈବିକ ପଦ୍ଧତିରେ ଚାଷ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଧାନ ଓ ଅନ୍ୟାନ୍ୟ ଫସଲରେ ସନ୍ତୁଳିତ ସାର ପ୍ରୟୋଗ କରି ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ସଚେତନତା କାର୍ଯ୍ୟକ୍ରମରେ ଧାନ ଗବେଷଣା କେନ୍ଦ୍ରରେ ବିକଶିତ ହୋଇଥିବା ମାଇକ୍ରୋବିଆଲ୍ କନସୋର୍ଟିଆ (ଅଣୁଜୀବ ସମ୍ମିଶ୍ରଣ),  ଏନ୍‌ଆର୍‌ଆର୍‌ଆଇ ଟେକ୍ ଡି କମ୍ପୋଜର୍,  ତରଳ ଜୈବ ସାର, ଟେକ୍ନିକ, ପତ୍ର ରଙ୍ଗ ଚାର୍ଟ ଏବଂ ପ୍ରାକୃତିକ ଚାଷ ପ୍ରଣାଳୀ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା।