ମୋବାଇଲ ଫୋନ ସହ ୨ ଅଭିଯୁକ୍ତକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ

ଭୁବନେଶ୍ୱର: ଗତ ୨ଦିନ ତଳେ ହୋଇଥିଲା ଫୋନ ଚୋରି । ଫୋନ ସହ ନଗଦ ୯୦୦ ଟଙ୍କା ଛାଡାଇ ନେଇଥିଲେ ଦୁର୍ବୃତ୍ତ । ଏନେଇ ନୟାପଲ୍ଲୀ ଥାନାରେ  ପହଞ୍ଚି ଥିଲେ ଅଭିଯୋଗକାରୀ ଅଶୋକ କୁମାର ସାହୁ।   ଆଉ ତାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରି ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ତା ୦୩.୦୪.୨୦୨୫ ସନ୍ଧ୍ୟା ୮ ଟା ସମୟରେ ଅଭିଯୋଗକାରୀ ସ୍କୁଟି ଯୋଗେ ଯାଉଥିବା ସମୟରେ ଅଭିଯୁକ୍ତ ଦୁହେଁ ଏକ ମୋଟରସାଇକେଲ ରେ ଆସିଥିଲେ ଓ ତାଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଓ ୯୦୦/- ଟଙ୍କା ଛିନତାଇ  କରି ନେଇ ଘଟଣାସ୍ଥଳ ରୁ ଚାଲି ଯାଇଥିଲେ  । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲେ ଓ ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଦୁହିଁ ଙ୍କୁ କାବୁ କରିବା ସହିତ ସେମାନଙ୍କର ନିକଟରୁ ଅପରାଧରେ ବ୍ଯବହୃତ ମୋଟରସାଇକେଲ ଓ ଲୁଟ ମୋବାଇଲ ଫୋନ ଜବତ କରିଥିଲେ ।ପଚରା ଉଚରା ବେଳେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ଓ ଘଟଣା ଦିନ ଲୁଟ କରିଥିବା ଟଙ୍କା କୁ ଖର୍ଚ୍ଚ କରିଦେଇଥିବା ଦର୍ଶାଇଥିଲେ । ତଦନ୍ତ ସମୟରେ ଉଭୟ ଅଭିଯୁକ୍ତ ପୂର୍ବରୁ ଏହି ପରି ମାମଲାରେ ଜଡ଼ିତ ଥିବା ଜଣା ପଡିଛି ।