ଲିଙ୍ଗରାଜ ମନ୍ଦିରରେ ଆହତ ହୋଇଥିବା ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବ୍ୟୁରୋ : ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେବାୟତ ଯୋଗେନ୍ଦ୍ର ଓ ଅନ୍ୟମାନେ ମହାଦୀପ ଧରି ମନ୍ଦିର ଚଢ଼ିବାକୁ ବାହାରିଥିଲେ । ଯୋଗେନ୍ଦ୍ର ମହାଦୀପ ଧରି ଆଗେଆଗେ ଶିକୁଳିରେ ଉଠିଥିଲେ । ସେ ପ୍ରାୟ ୧୦ ଫୁଟ୍‌ ଉଚ୍ଚକୁ ଉଠିଥିବା ବେଳେ ହଠାତ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଥିଲା ।


ଲିଙ୍ଗରାଜ ମନ୍ଦିରର ଆହତ ସେବାୟତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମେଡିକାଲରେ ଭେଟିବା ସହ ଚିକିତ୍ସା ସଂପର୍କରେ ପଚାରି ବୁଝିଛନ୍ତି। ଗତକାଲି ମହାଦୀପ ଉଠିବା ବେଳେ ଅଘଟଣ ଘଟିଥିଲା । ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ସେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ । ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।