ବ୍ୟୁରୋ : ଛାଡପତ୍ର ଖବରରେ ଯୋଡି ହୋଇଛନ୍ତି ଆଉଏକ ଷ୍ଟାର ଦମ୍ପତି । ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା । ଉଭୟଙ୍କ ବୈବାହିକ ଜୀବନରେ ଏବେ ଝଡ ଉଠୁଥିବା ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଜଣେ ୩୦ ବର୍ଷୀୟା ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦା ଅନୈତିକ ସମ୍ପର୍କ ରଖିଛନ୍ତି । ତେବେ ଏହି ପ୍ରେମ କାରଣରୁ ନିଜ ପତ୍ନୀଙ୍କୁ ସେ ଛାଡପତ୍ର ଦେବାକୁ ଯାଉଥିବା କୁହାଯାଉଛି ।

ପ୍ରକାଶ ଯୋଗ୍ୟ ଯେ, ଗୋବିନ୍ଦା ଓ ସୁନିତାଙ୍କ କାର୍ଯ୍ୟସୂଚୀ ମେଳ ଖାଉନଥିବାରୁ ପରସ୍ପର ଅଲଗା ରହୁଥିବା କଥା କହିଥିଲେ ସୁନିତା । ଏକ ସାକ୍ଷାତକାରରେ କ୍ୱଚିତ ମାତ୍ରାରେ ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ମଧ୍ୟ ସୁନିତା ସୂଚାଇ ଦେଇଥିଲେ । ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ‘କୌଣସି ପୁରୁଷଙ୍କୁ କେବେବି ବିଶ୍ୱାସ କରନାହିଁ । ଲୋକମାନେ ବହୁରୁପୀ ଏଣ୍ଡୁଅ ଭଳି ରଙ୍ଗ ପରିବର୍ତ୍ତନ କରନ୍ତି ।

ଦୀର୍ଘ ୩୭ବର୍ଷ ଧରି ବିବାହ ବନ୍ଧନରେ ବାନ୍ଧି ହୋଇ ରହିବା ମଧ୍ୟରେ କେବେ କୌଣସି ମହିଳାଙ୍କ ସହ ଗୋବିନ୍ଦାଙ୍କର ଅନୈତିକ ସମ୍ପର୍କ ରଖିନାହାଁନ୍ତି । କିନ୍ତୁ ବର୍ତ୍ତମାନ କଥା ତାଙ୍କୁ ଜଣାନଥିବା ସେ କହିଛନ୍ତି । ତେବେ ପୂର୍ବରୁ ସେ ବହୁତ ସୁରକ୍ଷିତ ଥିଲେ । ହେଲେ ଏବେ ଆଉ ନୁହେଁ । ୬୦ ବର୍ଷ ପରେ ଲୋକଙ୍କ ମତି ଭ୍ରମ ହୋଇଥାଏ । ଗୋବିନ୍ଦା ୬୦ ବର୍ଷ ପୂରଣ କରିଛନ୍ତି । କାହାକୁ ଜଣା ସେ କ’ଣ କରୁଛନ୍ତି ।

ଡିଭୋର୍ସର ଚର୍ଚ୍ଚା ମଧ୍ୟରେ ଭାଇରାଲ ହେଉଛି ସୁନିତାଙ୍କ ପୁରୁଣା ସାକ୍ଷାତକାର । ଯେଉଁଥିରୁ ଲୋକେ ଆକଳନ କରୁଛନ୍ତି ଯେ, ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ମାସ ହେଲା ସମ୍ପର୍କ ଭଲ ନାହିଁ। ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ।