କୁନ୍ଦୁରା ବ୍ଲକ ସାମ୍ବାଦିକ ସଙ୍ଘ ପାଳନ କରିଛି ପ୍ରଥମ ପ୍ରତିଷ୍ଠା ଦିବସ

କୁନ୍ଦୁରା/ ହରିଶ୍ ବେହେରା: କୁନ୍ଦୁରା ବ୍ଲକ ଏକ ଛୋଟିଆ ବ୍ଲକ ଟିଏ l ଏହି ବ୍ଲକ ରେ ବହୁତ କମ୍ ସାମ୍ବାଦିକ ରହିଥିବା ସତ୍ୱେ ଆଜି ସେମାନଙ୍କ ଦ୍ୱାରା ସମସ୍ତ ସାମ୍ବାଦିକ ଙ୍କ ପାଇଁ ଏକ ଉଦାହରଣ ତିଆରି କରି ଦେଖେଇଛନ୍ତି କୁନ୍ଦୁରା ବ୍ଲକର ସାମ୍ବାଦିକ ମାନେ l ସମସ୍ତେ ଏକତ୍ରିତ ହୋଇ ବାରମ୍ବାର ବୈଠକ କରି ଶୁକ୍ରବାର ଦିନ ସଙ୍ଘ ର ପ୍ରଥମ ପ୍ରତିଷ୍ଠା ଦିବସ ଉଚ୍ଛବ ପାଳନ କରିଛନ୍ତି l ମୁଖ୍ୟ ଅତିଥି ସାଂସଦ ଶ୍ରୀ ବଳଭଦ୍ର ମାଝୀ, ମୁଖ୍ୟ ବୋକ୍ତl ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀ ରାଧା ବିନୋଦ ସାମନ୍ତରାୟ ରହିଥିବା ବେଳେ ସମ୍ମାନିତ ଅତିଥି ରେ ଜୟପୁର SDPO ଅଙ୍କିତ ବର୍ମା, ବ୍ଲକ ଚେୟାରମ୍ୟାନ – ରାଜେଶ୍ୱରୀ ପରଜା, BDO କପିଳେଶ୍ଵର ତାଣ୍ଡି, ତହସିଲଦାର – ବିନୋଦ ଚନ୍ଦ୍ର ନାୟକ, ସଙ୍ଘ ସଭାପତି ସନ୍ତୋଷ ପ୍ରହରାଜ ଅବି ସମ୍ପାଦକ ହରିଶ୍ ବେହେରା ମଞ୍ଚାସିନ ଥିଲେ  l ଅତିଥିଙ୍କ ଦ୍ୱାରା ଆମ ଅଞ୍ଚଳର ଦେଶପ୍ରେମୀ ଦେଶ ମାତୃକାର ସେବକ ବୀର ଯବାନ 5 ଜଣ ଏବଂ ଦିବଙ୍ଗତ ବରଷ୍ଠ ସାମ୍ବାଦିକ ଙ୍କ ଧର୍ମପତ୍ନୀ ଙ୍କୁ ସମ୍ମାନିତ କରାଯାଇଥିଲା l ଅତିଥି ମାନେ ସାମ୍ବାଦିକ ଙ୍କ ବିବରଣୀ ପାଠ ଶୁଣିବା ପରେ ସାମ୍ବାଦିକ ଙ୍କ ମୌଳିକ ସମସ୍ୟା ବିଷୟରେ ଏବଂ ତାର ସମାଧାନ କୁ ନେଇ ନିଜ ନିଜ ଉଦବୋଧନ ରେ କହିଥିଲେ l ସାମ୍ବାଦିକ ଙ୍କ ଅସୁବିଧା କୁ ନଜର ରେ ରଖି ସାଂସଦ ଯ୍ୟଥା ଶୀଘ୍ର ସାମ୍ବାଦିକ ଭବନ ନିର୍ମାଣ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ l