ବ୍ୟୁରୋ : ଗେଷ୍ଟ ଫ୍ୟାକଲଟି ଭରସାରେ ଚାଲିଛି ରାଜ୍ୟର ନାମକରା ବିଶ୍ୱ ବିଦ୍ୟାଳୟ । ୧୭ ଟି ବିଶ୍ୱ ବିଦ୍ୟାଳୟ ରେ ୯୬୩ ଜଣ ଗେଷ୍ଟ ଫ୍ୟାକୋଲିଟ ପାଠ ପଢ଼ାଉଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟରେ ୫୯, ରେଭେନ୍ସାରେ ୮୯,ସମ୍ବଲପୁରରେ ୬୪,ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରେ ୧୧୩, ବିକ୍ରମ ଦେବ ରେ ୭୮, ଗଙ୍ଗାଧର ମେହେର ୬୧, ଖଲିକୋଟରେ ୬୩, ରମାଦେବୀ ରେ ୮୧ ଜଣ ଗେଷ୍ଟ ଫ୍ୟାକୋଲିଟ ଶିକ୍ଷାଦାନ କରୁଛନ୍ତି । ୧୭ ଟି ବିଶ୍ୱ ବିଦ୍ୟାଳୟ ରେ ଖାଲି ପଡ଼ିଛି ୧୩୦୭ ପ୍ରଫେସର ପଦବୀ । ଉତ୍କଳ ବିଶ୍ୱବିଦ୍ୟାଳୟ ରେ ୧୩୬, ରେଭେନ୍ସା ରେ ୧୫୭,ଖଲିକୋଟ ରେ ୧୧୨,ରାଜେନ୍ଦ୍ର ରେ ୧୦୬, ଧରଣୀ ଧର ରେ ୧୧୧ ପ୍ରଫେସର ପଦବୀ ଖାଲି ପଡ଼ିଛି । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ଙ୍କ ଲିଖିତ ଉତ୍ତର ।
ସୂଚନା ଯୋଗ୍ୟ ଯେ,ଅତିଥି ଅଧ୍ୟାପକଙ୍କ ଭରସାରେ ରାଜ୍ୟର ନାମକରା ବିଶ୍ୱବିଦ୍ୟାଳୟ । ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଜଣ ଅତିଥି ଅଧ୍ୟାପକ ପାଠ ପଢାଉଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ମିଳିଥିବା ସୂଚନା ମୁତାବକ, ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।