ବସ୍ତା (ଅଜିତ ସାହୁ) : ବସ୍ତା ବ୍ଲକ ରଘୁନାଥ ପୁର ପଞ୍ଚାୟତ କାଣ୍ଡଗାଁ ନୂତନ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ମୌଳିକ ଜ୍ଞାନ ଓ ସାକ୍ଷରତା ବୈଠକ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ପାଉଁଶକୁଲି ଶିକ୍ଷା କ୍ଲଷ୍ଟରର ସିଆରସିସି ତପନ କୁମାର ସେଣ ସଭାପତିତ୍ବ କରିଥିବା ବେଳେ, ସ୍ଥାନୀୟ ସରପଞ୍ଚ ଅନନ୍ତ କୁମାର୍ ବାରିକ ଉଦ୍ଘାଟନ କରିଥିଲେ। ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା,ଅଜୟ କୁମାର ସେଠୀ,ପରେଶ୍ କୁମାର୍ ହାସଦା, ଶମ୍ଭୁନାଥ ମହାନ୍ତି ଯୋଗ ଦେଇଥିଲେ। ତୃଣ ମୂଲ ସ୍ତରରୁ ବିଭିନ୍ନ ନୂତନ କୌଶଳ ମାଧ୍ୟମରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ପିଲାଙ୍କ ର ଗଣିତ ଓ ସାହିତ୍ୟ ଜ୍ଞାନ କୁ ସଶକ୍ତ କରିବା ଏହି ବୈଠକ ର ମୂଳ ଉଦ୍ଦେଶ୍ୟ।ଯାହା ଦ୍ଵାରା ହସ ଖୁସିରେ , ଖେଳ ଖେଳରେ ଦୁର୍ବଳ ଓ ପଛୁଆ ପିଲା ମାନେ ବେସ ଉପକୃତ ହୋଇପାରିବେ। ଏହି ଅବସରରେ ପାଉଁଶକୁଲି ଶିକ୍ଷା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଏଫ୍ଏଲ୍ଏନ ଶିକ୍ଷକ ଉପସ୍ଥିତ ରହି ନୂତନ ଶିକ୍ଷା କୌଶଳ ଓ ତଥ୍ୟ ଗ୍ରହଣ କରିଥିଲେ ,ଯାହା ସେମାନେ ବିଦ୍ୟାଳୟର ଶ୍ରେଣୀ ଗୃହରେ ପିଲାଙ୍କ ଉଦ୍ଦେଶ୍ୟରେ ପ୍ରାୟୋଗ କରିବେ। ଶିକ୍ଷକ ପ୍ରଦୀପ କୁମାର୍ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।