ନିଜ ଦେଶକୁ ଫରେିବେ ଆମେରିକାରେ ରହୁଥିବା ବେଆଇନ ଭାରତୀୟ…

ବେଆଇନ ଭାବେ ଆମେରିକାରେ ରହୁଥିବା ସମସ୍ତ ନାଗରିକଙ୍କୁ ଚିହ୍ନଟ କରି ଫେରାଇ ଆଣିବା ପାଇଁ ଭାରତ ସରକାର ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ମିଶି କାମ କରିବାକୁ ଯାଉଛନ୍ତି । ଦୁଇ ଦେଶ ମିଳିତ ଭାବେ ଆମେରିକାରେ ଥିବା ପ୍ରାୟ ୧୮,୦୦୦ ବେଆଇନ ଭାବେ ପ୍ରବେଶ କରିଥିବା ଭାରତୀୟଙ୍କୁ ଦେଶାନ୍ତର କରିବା ପାଇଁ ଚିହ୍ନଟ କରିଛନ୍ତି ।

ବେଆଇନ ପ୍ରବାସ ବିରୋଧରେ କାର୍ୟ୍ୟାନୁଷ୍ଠାନ ଟ୍ରମ୍ପଙ୍କ ପାଇଁ ଏକ ପ୍ରମୁଖ ପ୍ରଚାର ପ୍ରତିଶ୍ରୁତି ହୋଇଛି ।ଦାୟିତ୍ୱ ଗ୍ରହଣର କିଛି ଘଣ୍ଟା ମଧ୍ୟରେ ନୂତନ ରାଷ୍ଟ୍ରପତି ସେହି ପ୍ରତିଶ୍ରୁତି ପୂରଣ କରିବାକୁ ଆଗେଇ ଆସିଥିଲେ, କାରଣ ସେ ଜନ୍ମଗତ ନାଗରିକତା ଉଚ୍ଛେଦ କରିବା ଏବଂ ଆମେରିକା-ମେକ୍ସିକୋ ସୀମାରେ ସୈନ୍ୟ ମୁତୟନ କରିବା ପାଇଁ କାର୍ୟ୍ୟ ଆରମ୍ଭ କରିଥିଲେ ।


ଭାରତ ଆଶା କରୁଛି ଯେ ଟ୍ରମ୍ପ ପ୍ରଶାସନ ତା’ର ନାଗରିକମାନଙ୍କ ଦ୍ୱାରା ଆମେରିକାରେ ପ୍ରବେଶ କରିବା ପାଇଁ ବ୍ୟବହୃତ ଆଇନଗତ ଇମିଗ୍ରେସନ ଚ୍ୟାନେଲ, ବିଶେଷକରି ଷ୍ଟୁଡେଣ୍ଟ ଭିସା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ଏଚ -୧ବି କାର୍ୟ୍ୟକ୍ରମକୁ ସୁରକ୍ଷା ଦେବ । ତେବେ ବିଗତ କିଛି ବର୍ଷ ମଧ୍ୟରେ ବେଆଇନ ଭାବେ ଆସୁଥିବା ଭାରତୀୟଙ୍କ ସଂଖ୍ୟା ଓ ଭାଗରେ ସାମାନ୍ୟ ବୃଦ୍ଧି ଘଟିଛି । ବିଶେଷ କରି ଉତ୍ତର ଆମେରିକାର ସୀମାରେ ଏହି ସଂଖ୍ୟା ବୃଦ୍ଧି ପାଇଛି, ଯେଉଁଠାରେ ବେଆଇନ ଭାବେ ପ୍ରବେଶ କରୁଥିବା ଲୋକଙ୍କ ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଭାରତୀୟ ରହିଛନ୍ତି ।