ବଚ୍ଚନ ପରିବାରରେ ସମସ୍ତେ ଅଛନ୍ତି ଏକାଠି ଆସିଲା ବଡ ପ୍ରମାଣ….

ବ୍ୟୁରୋ : ବଚ୍ଚନ ପରିବାରରେ ଫାଟ ସୃଷ୍ଟି ହୋଇଥିବା କଥା କିଛି ମାସ ଧରି ବେଶ ଚର୍ଚ୍ଚା ହେଉଥିଲା । ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ୟ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ମନମାଳିନ୍ୟ ଏବଂ ଅଲଗା ରହିବା କଥା ସାମ୍ନାକୁ ଆସିଥିଲା । ଖାଲି ସେତିକି ନୁହେଁ ଅଭିଷେକଙ୍କ ଜୀବନରେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି ଥିବା କଥା ମଧ୍ୟ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିଲା । ଏଥିପାଇଁ ଅଭିଷେକଙ୍କୁ ଅନେକ ଟ୍ରୋଲିଂ, ତଥା ଛାଡ଼ପତ୍ରର ଗୁଜବ ଭିତରେ ଏବେ ଏକାଠି ଷ୍ଟାର ଦମ୍ପତି ଅଭିଷେକ ଓ ଐଶ୍ବର୍ୟ୍ୟା ନଜର ଆସିଛନ୍ତି ।


ତେବେ ଏଥର ଝିଅ ଆରାଧ୍ୟାଙ୍କ ସ୍କୁଲର ବାର୍ଷିକ ମହୋତ୍ସବରେ ଏହି ବଲିଉଡ୍ ଦମ୍ପତିଙ୍କୁ ଦେଖି ପ୍ରଶଂସକଙ୍କ ଖୁସି କହିଲେ ନସରେ । ସୋସିଆଲ ମିଡିଆରେ ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଆରାଧ୍ୟାଙ୍କ ସ୍କୁଲ୍ ବାର୍ଷିକ ମହୋତ୍ସବ ଶେଷ ହେବା ପରେ ଗୋଟିଏ ଗାଡିରେ ଅଭିଷେକ , ଐଶ୍ବର୍ୟ୍ୟା ଏବଂ ଆରାଧ୍ୟା ମିଶି ଘରକୁ ଯାଉଛନ୍ତି । ଏହି ଭିଡିଓ ଦେଖି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କଥା କୁହାଯାଉଛି । ଆରାଧ୍ୟାଙ୍କ ଏହି ସ୍କୁଲ୍ ମହୋତ୍ସବରେ ଜେଜେବାପା ଅମିତାଭ୍ ବଚ୍ଚନ ବି ସାମିଲ୍ ଥିଲେ ।


ପ୍ରକାଶ ଥାଉ କି, ଆରାଧ୍ୟାଙ୍କ ଜନ୍ମଦିନ ବେଳୁ ହିଁ ଅଭିଷେକ ଓ ଐଶ୍ବର୍ୟ୍ୟାଙ୍କ ଭିତରେ ତିକ୍ତତାର ଖବର ମୁଣ୍ଡ ଟେକିଥିଲା । ଏକମାତ୍ର ଝିଅର ଜନ୍ମଦିନରେ ଅଭିଷେକଙ୍କ ଅନୁପସ୍ଥିତିକୁ ନେଇ ଅନେକ ଗୁଜବ ଉଠିଲା । ଏତଦବାଦ୍ ଏକ ଇଭେଣ୍ଟରେ ଐଶ୍ବର୍ୟ୍ୟାଙ୍କ ନାଁରୁ ବଚ୍ଚନ ସରନେମ୍ ବାହାରିଯିବା ଖବର ମଧ୍ୟ ଗୁଜବକୁ ଖୋରାକ ଯୋଗାଇଥିଲା । ଛାଡ଼ପତ୍ର ଖବରକୁ ନେଇ ଉଭୟ ଦମ୍ପତି ମଧ୍ୟ ଚୁପ୍ ଥିଲେ ।

କିନ୍ତୁ କିଛି ଦିନ ପୂର୍ବରୁ ଏକ ହାଇପ୍ରୋଫାଇଲ୍ ପାର୍ଟିରେ ଦୁହେଁ ନଜର ଆସିଲେ ଆଉ ଏହା ପରେ ଝିଅର ସ୍କୁଲ୍ ମହୋତ୍ସବରେ ଦୁହିଁଙ୍କ ଏକାଠି ହେବାକୁ ଏବେ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି ।