ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ହେଉଛନ୍ତି ସୁରେଶ ପାଣିଗ୍ରାହୀ। ତାଙ୍କର ସୋନପୁର ସ୍ଥିତ ଭଡାଘରେ ଓ କାର୍ୟ୍ୟାଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉଭୟ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ମିଳିଛି । ବଲାଙ୍ଗୀର ତୁଳସୀ ନଗରସ୍ଥିତ ଘର, ସୁବର୍ଣ୍ଣପୁରସ୍ଥିତ ତାଙ୍କ ଅଫିସ, ବରଗଡ ବିଜେପୁରସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସେନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନସ୍ଥିତ ଭଡ଼ାଘର ଆଦି ସ୍ଥାନରେ ରେଡ ହୋଇଛି ଏଥିରେ ୨ ଆଡିସନାଲ ଏସପି, ୩ ଡିଏସପି, ୭ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଚାଲିଛି ରେଡ୍। ପୈତୃକ ଘର ସମେତ କାର୍ୟ୍ୟାଳୟ, ସମ୍ପର୍କୀୟଙ୍କ ଘର, ଇଟା ଭାଟି ଓ ପେଟ୍ରୋଲ ପମ୍ପରେ ଏହି ଚଢ଼ାଉ କରାଯାଉଛି।