ବଡ଼ଚଣା / ବେଦପ୍ରକାଶ ନାୟକ : ନିଜର ପୈତୃକ ସମ୍ପତି ଭାବି ରାଜରାସ୍ତା ଉପରେ ମନଇଚ୍ଛା ଦୋକାନ କରିବା ତତ ସହିତ ବେଆଇନ୍ ଭାବେ ଆଇନକୁ ଦଳିମକଚି ଦେଇ ଜାତୀୟ ରାଜପଥ ଉପରେ ପ୍ରାର୍କିଂକରି କାକାରା ବିକ୍ରି କରିବା ନିଶାରେ ସାଧରଣ ଲୋକଙ୍କୁ ଦୁର୍ଘଟଣା ମୁଁହକୁ ଠେଲି ଦେଇ ଜୀବନ ସହ ଖେଳ ଖେଳିବା ଉପରେ ରୋକ ଲଗାଇଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ । କିଛି ଦିନ ପୂର୍ବେ ରେପୋଟର୍ସ ଟୁଡେ ଓ ମହାଭାରତ ଡେଲି ପେପରରେ ‘ଛତିଆ ଭଟିଆ କାକାରା ନେଉଛି ମଣିଷ ଜୀବନ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଛତିଆ ଭଟିଆ ଛକରେ ଥିବା ଦୁଇ ପାର୍ଶ୍ଵରେ ୬୦ରୁ ଉର୍ଦୁ ଦୋକାନୀଙ୍କୁ ନୋଟିସ ଜାରି କରିଛନ୍ତି । ଜାତୀୟ ରାଜପଥ ନିୟନ୍ତ୍ରଣ (ଭୂମି ଏବଂ ଟ୍ରାଫିକ୍) ଅଧୁନିୟମ ୨୦୦୨ ଅନୁସାରେ, ଜାତୀୟ ରାଜପଥ ମଧ୍ଯରେ ଜମି ନିୟନ୍ତ୍ରଣ, ଜାତୀୟ ରାଜପଥରେ ଚାଲୁଥିବା ରାସ୍ତା ଉପରେ ଟ୍ରାଫିକ୍ ଳାମ ତଥା ଏଥିରେ ଅନଧୂକୃତ ଦଖଲକୁ ହଟାଇବା ପାଇଁ ଏହି ନିୟମ ମୁତାବକ ନୋଟିସ ଜାରି ହୋଇଛି । ଏପରିକି ଆସନ୍ତା ୭ଦିନ ମଧ୍ଯରେ ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଓ କାହାର ବ୍ୟକ୍ତିଗତ ଜାଗା ରହିଥିବ ତେବେ ୩ଦିନ ମଧ୍ୟରେ ରାଜପଥ କୁର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ରେ ପହଁଚି ନିଜର ବ୍ୟକ୍ତିଗତ ସମସ୍ୟା ପଚାରି ବୁଝିବା ସହ ନିଜର ଜମିକୁ ଦେଖାଇ ବାକୁ ପଡିବ, ନଚେତ ଜିଲ୍ଲା ପ୍ରଶାସନ ପୋଲିସର ସାହାଯ୍ୟ ନେଇ ତୁରନ୍ତ ଏସବୁକୁ ଉଚ୍ଛେଦ କରିବାକୁ ଗତକାଲି ନୋଟିସ ଜାରି ହୋଇଛି ।ତେବେ ଗତ ବର୍ଷ ଦର୍ପଣ ତହସିଲଦାରଙ୍କ ତରଫରୁ ନୋଟିସ ଦିଆଯାଇଥିଲେ ବି କିଛି ଦିନ ବନ୍ଦ କରି ପୁନଃ ଦୋକାନୀ ଖୋଲି ଥିଲେ । ଏପରିକି ଭଟିଆ ଛକରୁ ଛତିଆ ବାଇପାସ ଛକ ପର୍ଯ୍ୟନ୍ତ ସମସ୍ତ ଦୋକାନ ଗୁଡିକ ଉଚ୍ଛେଦ କରାଯାଇଥିଲା। ହେଲେ ଏସବୁ ଧର୍ମକୁ ଆଖୁଠାର ପରି କିଛିଦିନ ଗଲା ପରେ ଯାହାକୁ ସେଇଆ ସ୍ଥିତି।
ସୂଚନା ଥାଉକି, ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ର ଛତିଆର ଭଟିଆ ଛକ ଡେଥ୍ ଯୋନ ପାଲଟିଛି ।ଯଦିଓ କିଏ ଗାଢି ରଖି କାକରା ଖାଇବାକୁ ଯାଉଛନ୍ତି ଦୁର୍ଘଟଣାର ଶିକାର ହେଉଛନ୍ତି । ଏପରିକି ଦୀର୍ଘ ୧୦ ବର୍ଷ ଭିତରେ ପ୍ରାୟତଃ ଦୁଇ ଶହ ରୁ ଉର୍ଦ୍ଧ୍ବ ଜୀବନ ଯାଇଛି |କାକାରା ଦୋକାନୀ ମାନେ ନିଜ ମନମାନି ରେ ଦାଦାଗିରି ଚଳାଇ ଜାତୀୟ ରାଜପଥକୁ ଅବରୋଧ କରି ବେଆଇନ ପାର୍ଟି କରି ଶବ୍ଦ ଶବ୍ଦ ଗାଡି ରଖୁ ଟ୍ରାଫିକ କାମ କରି ଥାନ୍ତି |ଯାହା ଫଳରେ ଦୈନଦିନ ଦୁର୍ଘଟଣା ଘଟି ଅନେକ ପ୍ରାଣ ହାନୀ ଘଟୁଛି । ସ୍ଥାନୀୟ ପ୍ରଶାସନକୁ ହାତବାରିସ କରି କାକାରା ଦୋକାନୀ ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ଯେଉଁ ଦିନବି ଦୁର୍ଘଟଣା ଘଟେ ଭୟରେ ସେହି ଦିନ ଦୋକାନ ଗୁଡିକୁ ବନ୍ଦ କରି ଦେଇ ପୁନଃ ତା ପରଦିନ ଦୋକାନ ଖୋଲି ଥାନ୍ତି ।ଜାତୀୟ ରାଜପଥ ଜମି ଏବଂ ଟ୍ରାଫିକ ଅଧିନିୟମ ୨୦୦୨ କୁ ଖୋଲା ଖୋଲି ଭଲଂଘନ କରି ନିଜ ମନମାନି ଚଳାଇ ଥିବା ଦୋକାନୀ ଗୁଡିଙ୍କୁ ଗତକାଲି ନୋଟିସ ହେବା ପରେ ବୃଦ୍ଧିଜୀବୀରେ ଏହାକୁ ସ୍ବାଗତ ଯୋଗ୍ୟ ପ୍ରଦକ୍ଷପ ବୋଲି କୁହାଯାଇଛି ।