ପୁରୀ/ ସଞ୍ଜୟ ମହାପାତ୍ର: ନିଲାମ ହେଲା ଅର୍ପଣ ଚାଉଳ । ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା । କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହୋଇଛି ।ତେବେ ମୋଟ ଗଛିତ ୧୦୩୨୨.୪୯ କୁଇଣ୍ଟାଲ ଅର୍ପଣ ଚାଉଳ ୨କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି । ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।
ତେବେ ନିଲାମ ନେଇଛନ୍ତି ନିମାପଡାର ମା ତାରିଣୀ ରାଇସ ମିଲ ମାଲିକ ସୁରେଶ କୁମାର ମହାନ୍ତି ବୋଲି ସୂଚାନା ରହିଛି । ତେବେ ଏହି ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଯିବା ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।