ନବୀନଙ୍କୁ ସାକ୍ଷାତ କଲେ ଭାରତୀୟ ହକି ଟିମ : କହିଲେ ଓଡିଶାବାସୀଙ୍କ ସମର୍ଥନ ହିଁ ପ୍ରେରଣା ଓ ଶକ୍ତି ଯୋଗାଇଛି

ଭୁବନେଶ୍ୱର : ନବୀନ ନିବାସରେ ପହଁଚିଲେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଟିମ । ଓଡିଶାବାସୀଙ୍କ ସମର୍ଥନ ଦେଶ ପାଇଁ ଗୌରବ ଆଣିଦେଇଥିବା କହିଛନ୍ତି ଖେଳାଳି । ଓଡ଼ିଶାର ସହଯୋଗ କାରଣରୁ ହକି ତାର ହୃତ୍ଗର୍ବ ଫେରିପାଇଥିବା ମଧ୍ୟ କହିଛନ୍ତି । ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକିରେ ସୁନା ପାଦକର ଆଶା ରଖିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଅଲମ୍ପିକରେ ବ୍ରୋଞ୍ଜ ପଦକ ଅଧିକାର କରିଛି ଭାରତୀୟ ଭାରତୀୟ ହକି ଦଳ । ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ନିବାସ ରେ ଭେଟିବା ନିମନ୍ତେ ଆସିଥିଲେ ଖେଳାଳି । ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବ କୁ ଆହୁରି ଉଚ୍ଚା କୁ ନେବା ପାଇଁ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି ବୋଲି କହିବା ସହ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀ ମାନଙ୍କୁ ଉପାୟନ ଓ ରୁପା ତାରକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ର ଉତ୍ତର ଦେଇ ଖେଳାଳୀ ମାନେ କହିଥିଲେ ଯେ ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ।
ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂ ଓଡିଶା ଭାରତୀୟ ହକି ଦଳ ର sponsorship ଦାୟିତ୍ୱ ନେଇଥିଲା । ଯାହା ଫଳରେ ଆଜି ଅଲମ୍ପିକରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି। ଓଡିଶାବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତା’ର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳୀ ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ।