ଭୁବନେଶ୍ୱର;ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପି ବିଧାୟକଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନ ପତ୍ର ।ତାଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ ।

ଗୋଟିଏ ସେଟ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ ।ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡିଛନ୍ତି ।