ଅପରାଧୀଙ୍କୁ ନାହିଁ ଭୟ : ହତ୍ୟାକାଣ୍ଡର ଭିଡିଓ କଲେ ଭାଇରାଲ

ପୁରୀ : ପୁରୀରେ ବିଭତ୍ସ ହତ୍ୟାକାଣ୍ଡର ଲାଇଭ୍ ଭିଜୁଆଲ ଭାଇରାଲ। ହତ୍ଯାକାଣ୍ଡର ୧୨ଘଣ୍ଟା ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି  ଅପରାଧି। ଗତ ୧୯ତାରିଖ ସଂନ୍ଧ୍ୟାରେ ପୁରୀ ଟାଉନଥାନା ମାର୍କଣ୍ଡେଶ୍ୱର ସାହୀ ରାଧାଗୋବିନ୍ଦ ଲେନର ଦିବ୍ଯାଙ୍ଗ ହରିହର ସାହୁଙ୍କୁ ଖଣ୍ଡା ଓ କଟୁରୀରେ ହାଣି ନୃଶଂସ ଭାବେ ହତ୍ୟା କରୁଥିବାର ରହିଛି ଟିକନିକ ଦୃଶ୍ୟ। ୨୫ସେକେଣ୍ଡର ଏହି ଲୋମଟାଙ୍କୁରା ଦୃଶ୍ୟ କୁ ଅପରାଧି ମାନେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ଦୃଶ୍ୟରୁ ପର୍ଯ୍ଯଟନ ସହର କେତେ ଅସୁରକ୍ଷିତ ତାହା ଏହି ଭିଡିଓ ବୟାନ କରୁଛି। ଅପରାଧିଙ୍କ ଘନଘନ ଚୋଟକୁ ଭିନ୍ନକ୍ଷମ ହରିହର ପ୍ରତିରୋଧ କରିବାକୁ ଫୁରସତ ପାଇନାହାନ୍ତି। ତଳେ ପଡିଯିବା ପରେ ଦିବ୍ଯାଙ୍ଗ ହରିହର ମୁଣ୍ଡକୁ ଚୋଟ ପରେ ଚୋଟ  ମାରିଚାଲିଛନ୍ତି। ତେବେ ଗତ ୮ତାରିଖ ଦିନ ଦିନେଶ ହତ୍ୟାକାଣ୍ଡ ସହ ଏହି ହତ୍ଯାକାଣ୍ଡର ଲିଙ୍କ ରହିଛି। ମୃତ ଦିବ୍ଯାଙ୍ଗ ହରିହର ସାହୁଙ୍କ ପୁଅ ପ୍ରଦିପ୍ତ ଦିନେଶ ହତ୍ଯାକାଣ୍ଡରେ ଜେଲ ଯାଇଥିବା ବେଳେ ଏବେ ହରିହରକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି ଯାହା ଲାଇଭ୍ ଭିଡିଓ  ବୟାନ କରୁଛି। ତେବେ ହରିହର ହତ୍ଯାକାଣ୍ଡ ଘଟଣାରେ ୭ଅଟକ, ୧୪ଜଣଙ୍କୁ ପଚରାଉଚରା। ଏହି ଘଟଣାରେ ଏକାଧିକ ଜୁଭେନାଇଲ ସଂପୃକ୍ତ।