ଚନ୍ଦ୍ରପୁର ବ୍ଲକ ଅଧ୍ଯକ୍ଷଙ୍କ ପଦବୀ ରଦ୍ଦ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ବିଷମକଟକ ବରିଷ୍ଠ ଦେୱାନୀ ଅଦାଲତଙ୍କ ଗୁରୁତ୍ବପୂର୍ଣ ରାୟ ପ୍ରକାଶ ପାଇଛି। ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକାଙ୍କ ସମିତିସଭ୍ୟ ପଦ ରଦ୍ଦ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ତାଙ୍କର ଆଧାରକାର୍ଡ ଓ ରାସନ କାର୍ଡର ତଥ୍ୟକୁ ନେଇ ଏହି ରାୟ ଶୁଣାଇଛନ୍ତି ଅଦାଲତ । ସେ ଚାହିଁଲେ ଉପର ଅଦାଲତରେ ଅପିଲ କରିପାରିବେ ବୋଲି ରାୟରେ ପ୍ରକାଶ କରିଛନ୍ତି । ଚନ୍ଦ୍ରପୁର ବ୍ଲକ ସାରିକିମା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ କଇନ କିମ୍ବାକା ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ସରକାରୀ ନିୟମାନୁସାରେ ଦୁଇରୁ ଅଧିକ ସନ୍ତାନ ଥିଲେ କୌଣସି ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ। ତାଙ୍କର ଦୁଇଟି ପତ୍ନୀ ଓ ତିନୋଟି ସନ୍ତାନ ଥିବାରୁ ତାଙ୍କର ସଭ୍ୟ ପଦ ରଦ୍ଦ କରିବାକୁ ପୂର୍ବତନ ସରପଞ୍ଚ ସୁବାସ ମାଝୀ କୋର୍ଟରେ ଅପିଲ କରିଥିଲେ।