ଫୁଲବାଣୀରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ କାଲି ଭୁବନେଶ୍ୱରରେ ରୋଡ ସୋ ସାରି ଆଜି ଫୁଲବାଣୀ ଗସ୍ତରେ ପ୍ରଧାନମନ୍ତ୍ରୀ । ସେଠାରେ ସଭାଞ୍ଚରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଉଛନ୍ତି । ପ୍ରଥମେ ଓଡିଆରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ସସ୍ୱୋଧନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଜୟ ସଂକଳ୍ପ ସମାବେଶରେ ମୋଦି କହିଛନ୍ତି ଯେ, ଗତକାଲି ଭୁବନେଶ୍ବରରେ ମୁଁ ରୋଡ ସୋ କରିଥିଲି । ଯାହା ମୋ ପାଇଁ ବହୁ ଅଭୁତ ଥିଲା । ଏତେ ପରିମାଣର ଭିତ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସମସ୍ତ ଆଶାର୍ବାଦ ଓ ଭଲପାଇବା ମୁଁ ସବୁବେଳେ କୃତଜ୍ଞ ବୋଲି କହିଛନ୍ତି ।