ଭୁବନେଶ୍ୱର:ଆଜି ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଗସ୍ତକୁ ଦୃଷ୍ଟରେ ରଖି ଜୋରଦାର ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ ପରେ ଜୟପୁର ଯାଇ ଏକ ସାଧାରଣ ସଭା କରିବେ । ପରେ ନବରଙ୍ଗପୁରରେ ପହଞ୍ଚି ନିର୍ବାଚନୀ ପ୍ରଚାର କରିବେ ନବୀନ । ଏହାପରେ ମିଟିଂ ସାରି ୧୨.୫୦ରୁ ୩ଟା ଯାଏଁ ପିଡବ୍ଲ୍ୟଡି ଗେଷ୍ଟ ହାଉସରେ ବିଶ୍ରାମ ନେବେ । ଏହାପରେ ୩.୪୦ରେ ରାୟଗଡା ବିଧାନସଭା କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବେ । ଶେଷରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।