କେନ୍ଦୁଝର/ ବିଜୟ କୁମାର କାରୁଆ : ଘର ଭିତରୁ ହରିଣ ଉଦ୍ଧାର କଲା ବନ ବିଭାଗ । କେନ୍ଦୁଝଟ ଜିଲ୍ଲା ସାହାରପଡା ବନପାଳ ବିଭାଗ ଅନ୍ତର୍ଗତ ଭଣ୍ଡାରିବିଲା ଗ୍ରାମ ରୁ ଭୀମସେନ ମହାନ୍ତ ଙ୍କ ଘରୁ ବନପାଳ ଅଧିକାରୀ ଭୂପତି ସେଠୀ,ବନ କର୍ମଚାରି ମିଳିତ ଭାବେ ଏକ ହରିଣ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ହରିଣ ଟି ପାଣି ପିଇବା ଆଶା ନେଇ ଭୀମସେନ ଙ୍କ ଘରେ ପଶି ଯାଇଥିଲା। ଫଳରେ ଭୀମସେନ ମହାନ୍ତି ତାଙ୍କ ଘରେ ହରିଣ ଟିକୁ ରଖିଦେଇଥିଲେ । ପରେ ଖବର ପାଇ ବନ ବିଭାଗ ହରିଣ ଟିକୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପରେ ହରିଣ ଟିକୁ ଅଟେଇ ସଂରକ୍ଷଣ ଜଙ୍ଗଲ ରେ ଛାଡି ଦେଇଥିବା ବନପାଳ ଅଧିକାରୀ ସୂଚନା ଦେଇଛନ୍ତି ।