ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଭଏସ କଲ କରି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ନେଉଥିଲେ । ଆଉ ଏବେ ଭିଡିଓ କଲ ମାଧ୍ୟମରେ କଥା ହେଲେ ମୁଖ୍ୟମନ୍ତ୍ରୀ । ଭଏସ କଲ ପରେ ଭିଡିଓ କଲରେ କଥା ହୋଇ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ନବୀନ । ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ଅଞ୍ଚଳର ବିକାଶ କଥା ମଧ୍ୟ ପଚାରି ବୁଝିଛନ୍ତି । ଉନ୍ନତିମୂଳକ କାମ କେତେ ବାଟ ପହଞ୍ଚିଲା ସେନେଇ ହିସାବ ନେଲେ ମୁଖ୍ୟମନ୍ତ୍ରୀ । ମନ୍ଦିର କାମ କେତେବାଟ ଆଗେଇଲା ସେ ନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲ କାମ ଅଗ୍ରଗତି ନେଇ ଅପଡେଟ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପୁରୀ , ସମ୍ବଲପୁର, ଖୋର୍ଦ୍ଧାର ବିକାଶମୂଳକ କାମର ଅପଡେଟ ନେଇଛନ୍ତି । ଏନେଇ ଗତ କିଛି ଦିନ ତଳେ ଭଏସ କଲରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ