ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ରହିଛି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ପୁଣି ଆଜି ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । କେଜ୍ରିୱାଲଙ୍କ ୧୫ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବାବେଳେ ତିହାର ଜେଲରୁ ଭିଡିଓ କନଫରେନ୍ସ ମାଧ୍ୟମରେ କେଜ୍ରିୱାଲଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହା ସହି ନ୍ୟାୟିକ ହେବାଜତରେ ରହିବା ବେଳେ ଓକିଲଙ୍କୁ ଭେଟିବା ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦଳନକୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଖାରଜ କରିଥିଲେ । ତେବେ କେଜ୍ରିୱାଲ ତାଙ୍କ ଓକିଲଙ୍କୁ ସପ୍ତାହରେ ପଞ୍ଚଥର ଭେଟିବା ପାଇଁ ଅନୁମତି ମାଗିଥିବା ବେଳେ ତାଙ୍କୁ ସପ୍ତାହକୁ ଦୁଇଥର ଭେଟିବାକୁ ଅନୁମତି ଦିଆଯାଇଛି ।
ସୂଚନା ଅନୁଯାୟୀ , ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡିରିଂ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା ।