ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ଚଳିତ ବର୍ଷ ରାୟଗଡା ଜିଲ୍ଲା ବିଷମ କଟକ ସହରରେ ମହାକାଳୀଙ୍କ ଦଣ୍ଡ ଯାତ୍ରା ସହରର ମୁଖ୍ୟ ରାସ୍ତା ଠାରେ ଅନୁଷ୍ଟିତ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଆସିବା ସହ ବିଷମ କଟକ ସହର ଉତ୍ସବମୁଖର ହୋଇପଡିଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ବିଷମ କଟକ ସହରରେ ମଧ୍ୟ ଗଞ୍ଜାମ ଜିଲ୍ଲାର ମରାବୋଇ ଦଣ୍ଡବାଲାଙ୍କ ଦ୍ୱାରା ଦଣ୍ଡ ମହାକାଳିଙ୍କ ଦଣ୍ଡଯାତ୍ରା ଅନୁଷ୍ଟିତ ହୋଇଯାଇଛି । ବିଷମ କଟକ ଦଣ୍ଡକାଳୀ ପୂଜା କମିଟି ପକ୍ଷରୁ ବିଷମ କଟକ ମୁଖ୍ୟ ରାସ୍ତା ତେଲି ସାହି ଠାରୁ ବ୍ରାହ୍ମଣ ସାହି ମଧ୍ୟରେ ଦଣ୍ଡ ଦଳ ପକ୍ଷରୁ ଦିନତମାମ ଧୂଳି ଦଣ୍ଡ ,ବାଲି ଦଣ୍ଡ , ଚାଲିଥିବା ବେଳେ ପାଣି ଦଣ୍ଡ ସନ୍ଦ୍ୟା ସମୟର ସ୍ଥାନୀୟ ମୁଣ୍ଡା ବନ୍ଧ ଠାରେ ହେବାକୁ ରହିଛି । ମାନସିକଧାରୀ ମାନେ ଏହି ଯାତ୍ରାରେ ସାମିଲ ହୋଇ ପ୍ରଥମେ ମାଁ ଦଣ୍ଡକାଳୀଙ୍କୁ ବିଷମ କଟକ ସହର ପରିକ୍ରମା କରିଥିଲେ । ସଂନ୍ଧ୍ୟା ସମୟରେ ମାଁ କାଳୀଙ୍କ ସନ୍ଦ୍ୟା ଆଳତୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହେବାକୁ ରହିଥିବା ବେଳେ ଶ୍ରଦ୍ଧାଳୁମାନଙ୍କୁ ଏକ ଭାବାତ୍ମକ ଆଧ୍ୟାତ୍ମିକ ପରିବେଶରେ ବାନ୍ଧି ରଖିଛି । ଆଳତୀ ଶେଷ ହେବା ପରେ ଶିବ ଓ କାଳୀଙ୍କ ମହାମିଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଶେଷରେ ପୂଜା କମିଟି ପକ୍ଷରୁ ମନୋରଞ୍ଜନ ନିମେନ୍ତ ସାମାଜିକ ନାଟକ ତୁ କାନ୍ଦିବୁନି ରହିଲା ରାଣ ପରିବେଷଣ କରିବାକୁ ରହିଥିବା ବେଳେ ଦଣ୍ଡ ଦେଖିବା ପାଇଁ ଆଖପାଖ ଗ୍ରାମରୁ ବହୁ ଜନସାଧାରଣଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।