ନୂଆଦିଲ୍ଲୀ: ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର। ଏପ୍ରିଲ ୧ ବା ଆଜି ଠାରୁ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୩୦ଟଙ୍କା ୫୦ ପଇସା ହ୍ରାସ ହୋଇଛି। ସେପଟେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି। ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୩୦.୫୦ ଟଙ୍କା ଶସ୍ତା ହୋଇଥିବା ବେଳେ କୋଲକାତାରେ ୩୨ ଟଙ୍କା ହ୍ରାସ ପାଇଥିବା କୁହାଯାଯାଉଛି । ସେହିପରି ମୁମ୍ବାଇରେ ୩୧.୫୦ଟଙ୍କା ଏବଂ ଚେନ୍ନାଇରେ ୩୦.୫୦ ଟଙ୍କା ହ୍ରାସ କରାଯାଇଛି ।