ସୋସିଆଲ ମିଡିଆରେ ଟ୍ୱିଟ୍ କରି ପଖାଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଖାଳ ଦିବସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଖାଦ୍ୟ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସର୍ବଦା ସ୍ୱତନ୍ତ୍ର । ପଖାଳ ସହ ଓଡିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନ୍ୟ ପରିଚୟ ।ପାରମ୍ପାରିକ ଖାଦ୍ୟ ଭାବେ ପ୍ରତି ଓଡିଆଙ୍କ ପଳି ପଖାଳ ମଧ୍ୟ ମୋର ଅତି ପ୍ରିୟ ଖାଦ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁ କୋଣରେ ଲୋକପ୍ରିୟ କରାଇବାକୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖଳ ଦିବସ ପାଳନ କରାଯାଇଥାଏ । ସାଧାରଣତଃ ଗ୍ରୀଷ୍ମଋତୁ ବା ଖରାଦିନେ ହିଁ ଓଡିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳେ । ଗାଁ ଠୁ ସହର ସବୁଠି ସବୁଦିନ ଲୋକ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢି ପାଖରେ ପହଞ୍ଚେଇବା ପାଇଁ ପ୍ରତିବର୍ଷ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ ।