ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କୁ ୧୫ ହଜାର ଟଙ୍କାର ବେଲ ବଣ୍ଡ ଓ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି । ଏହିମାମଲାରେ ଆଗାମୀ ଶୁଣାଣି ଏପ୍ରିଲ ୧ରେ ହେବ ବୋଲି କୁହାଯାଉଛି । ଅବକାରୀ ଦୁର୍ନୀତି ତଥା ମନି ଲଣ୍ଡ୍ରିଙ୍ଗ ମାମଲାର ଯାଂଚ କରୁଥିବା ଇଡି ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କୁ ନୋଟିସ କରିବା ପରେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଏହାପରେ ଶୁକ୍ରବାର ତାଙ୍କୁ ସମନ ହୋଇଥିଲା,ଯାହାକୁ ଚ୍ୟାଲେଂଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ, ଯାହାକୁ କୋର୍ଟ ମଂଜୁରୀ ଦେଇଛନ୍ତି ।