ମହିଳା ଦିବସରେ ମୋଦିଙ୍କ ଉପହାର , କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସରେ ମୋଦିଙ୍କ ଭେଟି । ୧୦୦ ଟଙ୍କା କମିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ସୋସିଆଲ ମିଡିଆ ଲକ୍ସ ରେ ପୋଷ୍ଟ କରି ଘୋଷଣା କଲେ ପ୍ରଧନମନ୍ତ୍ରୀ । ଘୋଷଣା କରି ମୋଦି କହିଛନ୍ତି  ଏହା ହାଣ୍ଡିଶାଳ ଉପରେ ବୋଝ କମ କରିବା ଏହି ପଦକ୍ଷେପ ନେବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ନାରୀ  ଶକ୍ତିଙ୍କ ଜୀବନକୁ  ସହଜ କରିବା ଏବଂ  କୋଟି କୋଟି  ପରିବାରର ଆର୍ଥିକ ବୋଝ ହ୍ରାସ କରିବା । ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ, ଯାହା କି ପୂରା ପରିବାର ର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ବୋଲି ମୋଦୀ ଟ୍ୱିଟ କରିଛନ୍ତି । ଏହି ଘୋଷଣା ପରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୯୩୦ ଟଙ୍କାରୁ ହ୍ରାସ ପାଇ ୮୩୦ରେ ପହଞ୍ଚିଛି । ସେହିପରୀ  ରାଜଧାନୀ ଦିଲ୍ଲୀରେ  ଏହା ୯୦୩ ଟଙ୍କାରୁ ୮୦୩ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୧୮.୫୦ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ।